Posts

Showing posts from November, 2022

ସୁଦଶା ବ୍ରତ କଥା

Image
 🔴।। ସୁଦଶା ବ୍ରତ କଥା ।।🔴        [🌹    ଶ୍ରୀ ମହାଲକ୍ଷ୍ମୀ  ସମସ୍ତ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି ।   ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା ।ରାମାୟଣମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ । ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।    🌹]        🌹🌹 ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ...